ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ତଳମୁହାଁ ହୋଇଛି ପାରଦ। ଚଳିତ ଋତୁରେ ପ୍ରଥମ ଥର ପାଇଁ ଟ୍ଵିନସିଟିରେ ପାରଦ ୧୨ ଡିଗ୍ରୀ ଛୁଇଁଛି। ଆହୁରି ଦୁଇଦିନ ଶୀତ ପ୍ରକୋପ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଜି.ଉଦୟଗିରି। ବୁଧବାର ରାତିରେ ଏଠାରେ ରାତି ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକର୍ଡ କରାଯାଇଛି। ରାତିରେ ଶୀତ ବସ୍ତ୍ର ବି ଲୋକଙ୍କୁ ସୁରକ୍ଷା ଦେବାକୁ ସକ୍ଷମ ହେଉନାହିଁ। ଲୋକଙ୍କୁ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁର ସହାରା ନେବାକୁ ପଡ଼ୁଛି। କେବଳ ରାତି ନୁହେଁ ଦିନରେ ବି ଲୋକଙ୍କୁ କଲବଲ କରୁଛି ଶୀତ।

ବୁଧବାର ଜି.ଉଦୟଗିରିରେ ରାତି ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସେମିଳିଗୁଡ଼ାରେ ୫.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପୁଲବାଣୀରେ ରାତି ତାପମାତ୍ରା ସର୍ବନିମ୍ନ ୬.୬ ଡିଗ୍ରୀ, କୋରାପୁଟରେ ୭.୬ ଡିଗ୍ରୀ, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ, ରାଉକେଲାରେ ୮.୩ ଡିଗ୍ରୀ, କେନ୍ଦୁଝରରେ ୮.୪, ସୁନ୍ଦରଗଡ଼ରେ ୮.୬ ଡିଗ୍ରୀ, ଭବାନୀପାଟଣା, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ୯ ଡିଗ୍ରୀ, ରାଣୀତାଲରେ ୯.୧ ଡିଗ୍ରୀ, ସୋନପୁରରେ ୯.୭ ଡିଗ୍ରୀ, ବଲାଙ୍ଗୀରରେ ୧୦ ଡିଗ୍ରୀ, କଟକରେ ୧୨.୮ ଡିଗ୍ରୀ ଏବଂ ଭୁବନେଶ୍ଵରରେ ୧୨.୪ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି।

ଡିସେମ୍ବର ୨୧ ତାରିଖ ରାତିରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। କୋରାପୁଟରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ସେହିପରି ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, କେନ୍ଦୁଝର, ନବରଙ୍ଗପୁର ଏବଂ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟର ଅନ୍ୟ ସବୁ ସହରରେ ରାତି ତାପମାତ୍ରା ୧୧ରୁ ୧୬ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

Tags: #Weather #WeatherUpdates #Odisha #ColdWave

LEAVE A REPLY

Please enter your comment!
Please enter your name here