ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ। ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ଆସନ୍ତା ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଥିଲା।
ଗତ ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବୀରୁ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ନେବା ପରେ ତାଙ୍କ ସ୍ଥାନରେ ପ୍ରଦୀପ କୁମାର ଜେନାଙ୍କୁ ଅବସ୍ଥାପିତ କରାଯାଇଥିଲା। ଗତ ମାର୍ଚ୍ଚ ୧ ତାରିଖରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ପ୍ରଦୀପ କୁମାର ଜେନା। ପ୍ରଦୀପ କୁମାର ଜେନା ହେଉଛନ୍ତି ୧୯୮୯ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ଅଧିକାରୀ।
Tags: #PradeepKumarJena #ChiefSecretary #GovtofOdisha #Odisha #ServiceExtension