ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ପଞ୍ଚାନନ ବେହେରାଙ୍କ ୭ଟି ଠିକଣା ଉପରେ ଭିଜିଲାନ୍ସ ବଭାଗ ପକ୍ଷରୁ ଏକକାଳୀନ ଚଉଢ଼ କରାଯାଇଛି। ଚଢ଼ଉ ବେଳେ ଏମଭିଆଇଙ୍କ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦେଖି ଜଳକା ହୋଇଯାଇଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ।
ପଞ୍ଚାନନ ବେହେରାଙ୍କର ଭୁବନେଶ୍ଵରରେ କେବଳ ୨୭ଟି ପ୍ଲଟ ଠାବ କରାଯାଇଛି। ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ଦୁଇ ମହଲା ବିଶିଷ୍ଟ କୋଠା, ପାଣ୍ଡରାସ୍ଥିତ ସତ୍ୟ ବିହାରରେ ଗୋଟିଏ ଘର, ବ୍ୟାଙ୍କ, ପୋଷ୍ଟାଲ, ବୀମା ଏବଂ ଅନ୍ୟାନ୍ୟ ଜମା ଠାବ କରାଯାଇଛି। ଏହା ସହ ୪ଟି ଦାମୀ କାର ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଠାବ ହୋଇଥିବା ପ୍ଲଟ, ଘର ଆଦିର ମୂଲ୍ୟ ଆକଳନ କରାଯାଇ ନାହିଁ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି।
Tags: #VigilanceRaid #MVIPanchananBehera #NayagarhMVI #Odisha