ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ୨୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପୋଲିସ ପଦକ। ଏନେଇ ୭ଟି ବିଭାଗରେ ରାଜ୍ୟପାଳ ପୋଲିସ ପଦକ ପାଇଁ ତାଲିକା ପ୍ରକାଶ ପାଇଛି। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ରଘୁବର ଦାସ ମନୋନୀତ ହୋଇଥିବା ପୋଲିସମାନଙ୍କୁ ଏହି ପଦକ ଦେଇ ସମ୍ମାନିତ କରିବେ।

୨୦୨୩ ବର୍ଷରେ ଉତ୍ତମ ସେବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପୋଲିସ ପଦକ ମିଳିବ। ଏଥିପାଇଁ ପ୍ରକାଶ ପାଇଥିବା ତାଲିକାର ପ୍ରଥମ ଦୁଇ ଶ୍ରେଣୀରେ ୨ ଜଣ ଆଇଜି ଓ ୨ ଜଣ ଏସପି ପାହ୍ୟାର ଅଧିକାରୀ ରହିଛନ୍ତି।  

ପୋଲିସ ପଦକ ତାଲିକାର ପ୍ରଥମ ଶ୍ରେଣୀରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ରହିଛନ୍ତି। ସେହିପରି ୨ୟ କାଟାଗୋରିରେ ଗଞ୍ଜାମ ଏସପି ଜଗମୋହନ ମୀନାଙ୍କ ସହ ସମ୍ବଲପୁର ଏସପି ମୁକେଶ ଭାମୁ ମଧ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ସେହିପରି ତୃତୀୟ କଟାଗୋରିରେ ରହିଛନ୍ତି ଏସିପି ମାନସ ଗଡ଼ନାୟକ ଓ ବିଜୁ ପଟ୍ଟନାୟକ ପୋଲିସ ରାଜ୍ୟ ଏକାଡେମୀର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର। ଏହାସହ କଟାଗୋରି ୪ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନିଲ ଆନନ୍ଦ, ଗଞ୍ଜାମ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଏବଂ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ହେମାମାଳିନୀ ନାୟକଙ୍କୁ ରାଜ୍ୟପାଳ ପଦକ ମିଳିବ।

ଅନ୍ୟପଟେ ପଞ୍ଚମ କଟାଗୋରିରେ ଭୁବନେଶ୍ଵର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ଵାଇଁ, ରାଉରକେଲା ସ୍ଥିତ ଚତୁର୍ଥ ଆର୍ମଡ୍ ପୋଲିସ ବାଟାଲିୟନର ଏସଆଇ ଦିଲ୍ଲୀପ ନାୟକ ଏବଂ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଂଜୟ ପଟ୍ଟନାୟକ ରାଜ୍ୟପାଳ ପୋଲିସ ପଦକ ପାଇଁ ମନୋନୀତ ହୋଇଛନ୍ତି ।

ଏହାସହ କଟାଗୋରି ୬ରେ ଓଡ଼ିଶା ପୋଲିସ କମ୍ୟୁନିକେସନ ୱିଙ୍ଗର ଏଏସଆଇ ବିକାଶ କୁମାର ପାତ୍ର, କ୍ରାଇମବ୍ରାଞ୍ଚ ଏଏସଆଇ ପ୍ରଜାପତି ମେହେର ଓ ହବିଲଦାର ପ୍ରଶାନ୍ତ କୁମାର ବିଶ୍ଵାଳ ପଦକ ପାଇବେ। ସେହିପରି କଟାଗୋରି ୭ରେ କନଷ୍ଟେବଳ ରମେଶ କୁମାର ସାହୁ, ସନାତନ ସାହୁ, ନରେଶ କୁମାର ଚୌଧୁରୀଙ୍କ ସମେତ ସିପାହୀ ବିଶ୍ଵକର୍ମା ମୁଣ୍ଡା ଓ କେଦାରନାଥ ମିଶ୍ର ମଧ୍ୟ ରାଜ୍ୟପାଳ ପୋଲିସ ପଦକରେ ସମ୍ମାନିତ ହେବେ।

 Tags: #RepublicDay2024 #GovernorPoliceMedals #OdishaPolice #Odisha

Comment