ଓଡ଼ିଶାଲାଇଭ୍ ବ୍ୟୁରୋ

ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’କୁ ବଡ଼ ଝଟ୍‌କା। କାରଣ ପଶ୍ଚିମବଙ୍ଗରୁ ଟିଏମସି ଏକଲା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’କୁ ପଶ୍ଚିମବଙ୍ଗରୁ ଝଟକା ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ମମତା କହିଛନ୍ତି ଟିଏମସି ଲୋକସଭା ନିର୍ବାଚନରେ ଏକଲା ମଇଦାନକୁ ଓହ୍ଲାଇବ।

ଏକା ନିର୍ବାଚନା ଲଢ଼ିବା ନେଇ ଘୋଷଣା କରିବାବେଳେ ମେଣ୍ଟ ପ୍ରତି ମମତାଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହେଉଥିଲା। ମମତା କହିଥିଲେ, “ମୁଁ ଦେଇଥିବା କୌଣସି ପ୍ରସ୍ତାବକୁ ‘ଇଣ୍ଡିଆ’ କେବେ ଗ୍ରହଣ କରିନାହିଁ। ଏପରିକି ପଶ୍ଚିମବଙ୍ଗରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ କିମ୍ବା କୌଣସି ଆଲୋଚନା କରାଯାଉ ନାହିଁ, ଯାହା ଆଦୌ ଠିକ କଥା ନୁହେଁ।”

ମମତାଙ୍କର ଏହି ଘୋଷଣା ପରେ ବିରୋଧୀଙ୍କ ମହାମେଣ୍ଟର ଭବିଷ୍ୟତ ଏବଂ ଚିତ୍ରକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଇଣ୍ଡିଆ ମେଣ୍ଟ ପ୍ରତି ଅସନ୍ତୁଷ୍ଟତା କାରଣରୁ ମମତା ଏହି ଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Tags: #Politics #IndianPolitics #MamataBanerjee #LokSabhaElection #INDIA

Comment