ଓଡ଼ିଶାଲାଇଭ୍ ବ୍ୟୁରୋ

ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଚାଲିଗଲା ୪ ଜଣଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ। ମୃତକମାନେ ଛତିଶଗଡ଼ର ଓ ଗୋଟିଏ ପରିବାରର ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି।
ଶୁକ୍ରବାର ରାତିରେ କମଳାଙ୍ଗ ନିକଟ ଇଟାଭାଟିରେ ନିଆଁ ଲଗାଇ ୪ ଜଣ ଶ୍ରମିକ ତା’ ଉପରେ ଶୋଇଥିଲେ। ଶନିବାର ସକାଳେ ଶ୍ଵାସରୁଦ୍ଧ ହୋଇ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅସୁଯାୟୀ ଶ୍ରମିକମାନେ ହାତୀ ଭୟରେ ସବୁବେଳେ ଭାଟି ଉପରେ ଶୋଇଥାନ୍ତି। ଶୁକ୍ରବାର ରାତିରେ ମଧ୍ୟ ସେମାନେ ଭାଟି ଉପରେ ଶୋଇଥିଲେ। ଶନିବାର ସକାଳେ ଏହିଭଳି ଅଘଟଣ ଘଟିଛି।
ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Tags: #BrickKilnIncident #Dhenkanal #Death #Odisha #PoliceInvestigation