ଓଡ଼ିଶାଲାଇଭ୍ ବ୍ୟୁରୋ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ୧୦ଟି ଠିକଣାରେ ଗୁରୁବାର ଦିନ ଏକକାଳୀନ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ ଚଢ଼ଉ କରିଛି।
ପ୍ରଫୁଲ୍ଲ ସାମଲଙ୍କର ଭଦ୍ରକ ସହରର ୬ଟି ସ୍ଥାନ ଏବଂ ଭୁବନେଶ୍ଵରର ୪ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ଉ କରାଯାଇଛି। ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି।
ପ୍ରାୟ ୮ ବର୍ଷ ତଳେ ବାରିପଦା ଇଂଜିନିୟରିଂ କଲେଜରେ ଟଙ୍କା ହେରଫେର ଏବଂ ୨୦ କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ମାମଲା ଆସିଥିଲା। ଦରମା ନମିଳିବାରୁ ବରପଦା ଇଂଜିନିୟରିଂ କଲେଜର କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଭଦ୍ରକ ବନ୍ଦ ଡାକରା ଦେଇଥିଲେ। ସେହି ସମୟରେ ବରପଦାର ଚେୟାରମ୍ୟାନ ପ୍ରଫୁଲ୍ଲ ସାମଲଙ୍କ ପୁଅ ଥିଲେ। ଏହି ମାମଲାରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଚଢ଼ଉ କରାଯାଇଛି। ବର୍ତ୍ତମାନ ଏହି ମାମଲା ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ରହିଛି।
Tags: #ED #EDRaid #PrafullaSamal #BarapadaEngineeringCollegeScam #Bhadrak #Odisha