ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଫିସର ଠିକଣା। ଏଣିକି ରସୁଲଗଡ଼ ସ୍ଥିତ ଓଡ଼ିଶା ବିଜନେସ ସେଣ୍ଟରରେ କାମ ଚାଲିବ। ନୂତନ ଠିକଣା ହେଉଛି ଗ୍ରାଉଣ୍ଡ ଫ୍ଲୋର, ଓଡ଼ିଶା ବିଜନେସ ସେଣ୍ଟର ପ୍ଲଟ ନମ୍ବର ୩,୩୧/୯୮୨, ୟୁନିଟ ନମ୍ବର ୮-୧୪, ରସୁଲଗଡ଼, ଭୁବନେଶ୍ଵର-୭୫୧୦୧୦।

ୟୁନିଟ-୮ ନୂଆପଲ୍ଲୀରେ ଥିବା ଆଞ୍ଚଳିକ ପାସପୋର୍ଟ ସେବା କେନ୍ଦ୍ର ଫେବ୍ରୁଆରି ୧୯ ତାରିଖରୁ ନୂଆ ଠିକଣାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଯାଇଛି।

ପାସପୋର୍ଟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏବେ ରସୁଲଗଡ଼ ସ୍ଥିତ ନୂଆ ପାସପୋର୍ଟ ସେବା କେନ୍ଦ୍ରକୁ ଆସିବାକୁ ପଡ଼ିବ।

Tags: #PassportSevaKendra #Bhubaneswar #Rasulgarh #Odisha #RegionalPassportSevaKendraShifted

LEAVE A REPLY

Please enter your comment!
Please enter your name here