ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଅସହ୍ୟ ହେଲାଣି ତାପମାତ୍ରା। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ ଏବେଠୁ ପ୍ରସ୍ତୁତ ହୋଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ଅଂଶୁଘାତର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ରାଜ୍ୟରେ ତାପମାତ୍ରା ବଢ଼ୁଥିବାରୁ ବରିଷ୍ଠ ନାଗରିକ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତି ଅଂଶୁ ଘାତର ଶିକାର ହେବାର ଅଧିକ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବା ସହ ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଅଂଶୁଘାତର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ଵର। ଏଠାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହ କଟକର ତାପମାତ୍ରା ୩୪.୭ ଡିଗ୍ରୀ ରେକର୍ଡ କରାଯାଇଛି। ଆଗକୁ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଥିବାରୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଜନସ୍ଵାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି।

Tags: #Weather #WeatherUpdates #Sunstroke #Odisha #HeathCare

LEAVE A REPLY

Please enter your comment!
Please enter your name here