ଓଡ଼ିଶାଲାଇଭ୍ ବ୍ୟୁରୋ

ଜନଜାତି ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ହୋଇଥିବା ଛୋଟ ଛୋଟ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ, ଅବକାରୀ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଜନଜାତି ବର୍ଗଙ୍କ ଉପରେ ଥିବା ମକଦ୍ଦମାଗୁଡ଼ିକର ସମୀକ୍ଷା କରିବା ପରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜନଜାତି ସମ୍ପ୍ରଦାୟର ଲୋକଙ୍କ ଉପରେ ହୋଇଥିବା ମାମଲାରୁ ମୋଟ ୪୮,୦୧୮ଟି ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଗୁଡ଼ିକ ମଧ୍ୟରେ ଅବକାରୀ ବିଭାଗ ଅଧୀନରେ ୩୬,୫୮୧ଟି ମାମଲା, ଗୃହ ବିଭାଗ ଅଧୀନରେ ୯,୮୪୬ଟି ମାମଲା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧,୫୯୧ଟି ମାମଲା ରହିଛି।

Tags: #OdishaGovt #TribalsofOdisha #CasesAgainstTribalsofOdisha #Odisha

LEAVE A REPLY

Please enter your comment!
Please enter your name here