ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶନିବାର ସକାଳେ ହାଲୁକା ବର୍ଷା ହୋଇଛି। ଏହାଦ୍ଵାରା ରାଜ୍ୟରେ ତାପମାତ୍ରା କମିବା ସହ ତାତିରୁ ଆଶ୍ଵସ୍ତି ମିଳିଛି। ଆହୁରି ୩ ଦିନ ଯାଏଁ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ବର୍ଷା ସହ କୋହଲା ପାଗ ଯୋଗୁଁ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ହ୍ରାସ ପାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରବିବାର ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଫେବ୍ରୁଆରି ୨୮ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ହେବାସହ ଖରା ବଢ଼ିବା ବୋଲି ପୂର୍ବାନୁମାନ କରାଯାଇଛି।

Tags: #Rain #Weather #Odisha #MCBBSR

LEAVE A REPLY

Please enter your comment!
Please enter your name here