ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ୪ ଦିନ ଯାଏଁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ଉଭୟ ଦିନ ଏବଂ ରାତିର ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସ୍ଵାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି।

ମାର୍ଚ୍ଚ ୪ ତାରିଖ ପରେ ରାଜ୍ୟରେ ପଶ୍ଚିମାଝଡ଼ର ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟ ମଧ୍ୟକୁ ଶୁଷ୍କବାୟୁ ପ୍ରବେଶ କରିବ। ଫଳରେ ଦିନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ, ବୌଦ୍ଧରେ ତାପମାତ୍ରା ୩୫.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୫ ଡିଗ୍ରୀ ଓ ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରିଛି ପାଣିପାଗ କେନ୍ଦ୍ର।

ଅନ୍ୟ ପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ଶିକ୍ଷାଧିକାରୀମାନଙ୍କୁ ଚିଠି ଲେଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସମସ୍ତ ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟରଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ପାଣି ମହଜୁଦ ରଖିବା ସହ ପିଲାମାନେ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

Tags: #Weather #WeatherUpdates #MeteorologicalCentre #Odisha #DayTemperature

LEAVE A REPLY

Please enter your comment!
Please enter your name here