ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଓ ବ୍ରହ୍ମପୁରରେ ଶନିବାର ‘ମୋ ବସ୍’ ସେବାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ଏହାର ଲୋକର୍ପଣ କରିଛନ୍ତି। ସମ୍ବଲପୁରର ଅଇଁଠାପାଲି ବସ୍ ଟର୍ମିନାଲ ଏବଂ ବ୍ରହ୍ମପୁରର ହଳଦିଆପଦର ବସଷ୍ଟାଣ୍ଡରୁ ଏହି ମୋ ବସ୍ ଚାଲିବା ଆରମ୍ଭ ହୋଇଛି।
ସମ୍ବଲପୁରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ରୁଟ୍ରେ ୧୫ ଟି ମୋ ବସ୍ ଚଳାଚଳ କରିବ। ସେଥିମଧ୍ୟରେ ୧୦ଟି ସାଧାରଣ ବସ୍ ରହିଥିବାବେଳେ ୫ଟି ଏସି ବସ୍ ରହିଛି। ସମ୍ବଲପୁର ସହର ସହିତ ହୀରାକୁଦ, ବୁର୍ଲା ଓ ସାହାଜବାହାଲ ଅଞ୍ଚଳରେ ଏହି ବସ ସେବା ମିଳିବ।
ସେହିପରି ବ୍ରହ୍ମପୁରରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍ରେ ମୋ ବସ୍ ଚଳାଚଳ କରିବ। ଏଠାରେ ଲୋକାର୍ପିତ ହୋଇଥିବା ୧୫ଟି ବସ୍ ମଧ୍ୟରୁ ୫ଟି ଏସି ବସ୍ ରହିଛି।
ଓଡ଼ିଶାରେ ପୂର୍ବରୁ ଭୁବନେଶ୍ଵର, କଟକ, ପୁରୀ, ରାଉରକେଲା ଓ ଖୋର୍ଦ୍ଧାରେ ମୋ ବସ୍ ଚଳାଚଳ କରୁଛି। ଏବେ ଏହି ସେବାକୁ ଆଉ ଦୁଇଟି ସହରରେ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର।
Tags: #MoBusService #PublicTransport #BusService #CRUT #Odisha