ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ବର୍ତ୍ତମାନ ବିଭିନ୍ନ ରୋଗ ଦେଖାଦେଉଛି। ଏବେ ଡାଏବେଟିସ୍ ବା ମଧୁମେହ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ଆଜିର ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କଠାରେ ଡାଏବେଟିସ୍ ସମସ୍ୟା ଦେଖିବାକୁ ମିଳୁଛି।

ବିଭିନ୍ନ କାରଣରୁ ଡାଏବେଟିସ୍ ହେଉଥିଲେ ହେଁ ଏହାର ମୁଖ୍ୟ କାରଣ ବଂଶଗତ ବୋଲି ଡାକ୍ତର କୁହନ୍ତି। ଯଦି ପରିବାରର କୌଣସି ସଦସ୍ୟଙ୍କର ଡାଏବେଟିସ୍ ଥାଏ, ତେବେ ଅନ୍ୟ ସଦସ୍ୟଙ୍କୁ ଡାଏବେଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ। ଡାଏବେଟିସ୍ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି କୁହନ୍ତି ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ।

ଡାଏବେଟିସ୍ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ୍ ମଧ୍ୟ ହେବାର ସମ୍ଭାବନା ରହିଛି। ଡାଏବେଟିସକୁ ସମ୍ପୂର୍ଣ୍ଣ ଭାବେ ଭଲ କରିନହେଲେ ମଧ୍ୟ ଏହାକୁ ନିୟନ୍ତ୍ରଣରେ ରଖି ବିଭିନ୍ନ ରୋଗରୁ ରକ୍ଷା ପାଇହେବ।

ତେବେ କାହିଁକି ହୁଏ ଡାଏବେଟିସ୍? ଏହାର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2024 #HealthForAll #Diabetes #OdiaHealthTips #Treatment

LEAVE A REPLY

Please enter your comment!
Please enter your name here