ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଜ ତଳକୁ ସ୍କୁଟି ଖସି ପଡ଼ିବାରୁ ୩ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ମଣ୍ଡାକିଆ ବୁଡ଼ାମାହା ଅଞ୍ଚଳରେ। ମୃତକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଏବଂ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ।
ବସନ୍ତ, ବ୍ରହ୍ମାନନ୍ଦ ଓ କୁଶଲ ଦଣ୍ଡ ନାଚ ଦେଖି ଗୋଟିଏ ସ୍କୁଟି ଯୋଗେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ସ୍କୁଟିଟି ମାଣ୍ଡିକିଆ ବୁଡ଼ାମାହା ଅଞ୍ଚଳରେ ଥିବା ଏକ ବ୍ରିଜ ତଳକୁ ଖସିପଡ଼ିଥିଲା। ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା।
ରାଇକିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକମାନେ ତିନି ସାଙ୍ଗ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Tags: #Accident #AccidentalDeath #Kandhamal #Raikia #Odisha