ଓଡ଼ିଶାଲାଇଭ୍ ବ୍ୟୁରୋ

ଡହ ଡହ ଖରାରେ ସନ୍ତୁଳି ହେଲାଣି ସାରା ଓଡ଼ିଶା। ସକାଳ ୮ଟାରୁ ଏବେ ଘରୁ ବାହାରିବା ମୁସକିଲ ହେଉଛି। ଆହୁରି ୪ ଦିନ ତାତିରୁ ତ୍ରାହି ମିଳିବ ନାହଁ ବୋଲି ଚେତାବନୀ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଶନିବାର ଦିନ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ଵର। ଦିନ ୨ଟା ୩୦ ସୁଦ୍ଧା ଏଠାରେ ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଉରକେଲା, ଚାନ୍ଦବାଲି ଓ ସମ୍ବଲପୁରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ରାଜ୍ୟର ୮ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଟପିଛି।

ଏପ୍ରିଲ ୨୮ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କନାଳ, ଯାଜପୁର, କଟକ, ଖୋର୍ଦ୍ଧା, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାକୁ ହିଟଓ୍ଵେଭ ପାଇଁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

କେବଳ ପୁରୀ ଓ କୋରାପୁଟ ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଏପ୍ରିଲ ୨୯ ତାରିଖ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ହିଟଓ୍ଵେଭ ପାଇଁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ସେହିପରି ଏପ୍ରିଲ ୩୦ ଏବଂ ମେ’ ୧ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ ବାଲେଶ୍ଵର ଜିଲ୍ଲାକୁ ହିଟଓ୍ଵେଭ ପାଇଁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏହା ସହ ବରଗଡ଼, ନବରଙ୍ଗପୁର ଏବଂ ମାଲନଗିରି ଜିଲ୍ଲାକୁ ହିଟଓ୍ଵେଭ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherNews #Odisha #HeatWave #HotWeather #HeatWaveWarning

LEAVE A REPLY

Please enter your comment!
Please enter your name here