ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଜୋନାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟି ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ଵାସ୍ଥାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।
ସୋମବାର ମଧ୍ୟାହ୍ନରେ ହଠାତ କାର୍ଯ୍ୟାଳୟରେ ନିଆଁ ଲାଗିଯାଇଥିଲା। ବ୍ୟାଙ୍କ କ୍ୟାଣ୍ଟିନରୁ କାର୍ଯ୍ୟାଳୟକୁ ନିଆଁ ବ୍ୟାପିଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
Tags: #FireIncident #BaripadaBankOfIndia #Kendujhar #Odisha