ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସରକାରୀ ଓ ବେସରକାରୀ ଆଇଟିଆଇରେ ୨୦୨୪-୨୫ ଶିକ୍ଷାବର୍ଷରେ ନାମଲେଖା ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ରାଜ୍ୟର ମୋଟ ୪୮୫ଟି ଆଇଟିଆଇରେ ଏହି ନାମଲେଖା ହେବ। ଏଥିରେ ୭୨ଟି ସରକାରୀ ଆଇଟିଆଇ ସାମିଲ ଅଛି।

ଆଇଟିଆଇଗୁଡ଼ିକରେ ବିଭିନ୍ନ ଇଞ୍ଜିନିୟରିଂ ଓ ଅଣ ଇଞ୍ଜିନିୟରିଂ ଟ୍ରେଡରେ ମୋଟ ୮୦ଟି ବିଷୟରେ ନାମଲେଖା ପାଇଁ ପଞ୍ଜୀକରଣ ହେଉଛି। ଏସବୁ ମଧ୍ୟରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି, ସିଏନସି ମିଲିଂ ଭଳି ଅତ୍ୟାଧୁନିକ ବିଷୟ ସାମିଲ ରହିଛି।

୨୦୨୪-୨୫ ଶିକ୍ଷାବର୍ଷରେ ଆଇଟିଆଇରେ ନାମଲେଖା ପାଇଁ ଏପ୍ରିଲ ୧ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଥିଲା। ମେ’ ୧୫ ଏହାର ଶେଷ ତାରିଖ ରହିଛି।

ଆପଣମାନେ ଆଇଟିଆଇରେ ନାମଲେଖା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ଯୋଗ୍ୟତା

  • ପ୍ରାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଆଇଟିଆଇ ନାମଲେଖା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ମାଟ୍ରିକ ନମ୍ବର ଓ ଚୟନ କରିଥିବା ଶିକ୍ଷାନୁଷ୍ଠାନ ଆଧାରରେ ମେରିଟ୍ ବାହାରିବ। ଏହାପରେ ସର୍ଟଲିଷ୍ଟ ହୋଇଥିବା ଛାତ୍ରଛାତ୍ରୀ ଉକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇପାରିବେ।    

କେମିତି କରିବେ ଆବେଦନ?

  • ସାମ୍ସ ୱେବସାଇଟ skill.samsodisha.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏଠାରେ ନିଜ ବିଷୟ ଓ ଶିକ୍ଷାନୁଷ୍ଠାନର ଚଏସ୍ ଲକିଂ କରନ୍ତୁ
  • ଶେଷରେ ଆବେଦନ ଫି ପେମେଣ୍ଟ କରି ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆଇଟିଆଇ ନାମଲେଖା ପାଇଁ ଆବେଦନ ଫି’ ସବୁ ବର୍ଗ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ନାମଲେଖା ପାଇଁ ମେରିଟ ଲିଷ୍ଟ କେବେ ବାହାରିବ ସେ ନେଇ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ତେବେ ଆଇଟିଆଇର ବିଭିନ୍ନ ଟ୍ରେଡ ଓ ନାମଲେଖା ସମ୍ବନ୍ଧୀୟ ଅନ୍ୟ ସୂଚନା ସାମ୍ସ ୱେବସାଇଟରେ ଉପଲବ୍ଧ।

Tags: #ITIAdmissions #TechnicalEducation #SkillDevelopment #OSDA #Odisha    

Comment