ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରତିବର୍ଷ ମେ’ ମାସ ୨୮ ତାରିଖରେ ପିରିୟଡସ୍ ବା ତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ। ପରିୟଡସ୍ ସମୟରେ ମହିଳାମାନେ କିଭଳି ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ ସେନେଇ ସଚେତନ କରିବାକୁ ପିରିୟଡସ୍ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପିରିୟଡସ୍ ଦିବସର ଥିମ ରହିଛି ‘ଟୁଗେଦର ଫର ଏ ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’।

ପିରିୟଡ୍ସ ବା ଋତୁସ୍ରାବ ମହିଳାମାନଙ୍କର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା। ସାଧାରଣତଃ ୧୨ରୁ ୧୪ ବର୍ଷ ମଧ୍ୟରେ ଝିଅମାନଙ୍କର ପ୍ରଥମ ଋତୁସ୍ରାବ ହୋଇଥାଏ। ଏହି ବୟସଠାରୁ ଶୀଘ୍ର କିମ୍ବା ବିଳମ୍ବରେ ଋତୁସ୍ରାବ, ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିଥାଏ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ।

ଅନେକ ସମୟରେ ଦେଖାଯାଏ ମହିଳାମାନଙ୍କର ଅତ୍ୟଧିକ ଋତୁସ୍ରାବ ହୋଇଥାଏ କିମ୍ବା ଖୁବ୍ କମ୍ ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ କୌଣସି ସମସ୍ୟାର କାରଣ ପାଲଟିଥାଏ ବୋଲି ଡାକ୍ତର କୁହନ୍ତି। ଋତୁସ୍ରାବକୁ ନେଇ ମହିଳାମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କର ୠତୁସ୍ରାବକୁ ନେଇ ଅଭିଯୋଗ ମଧ୍ୟ ରହୁଛି। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ତେବେ କାହିଁକି ଅତ୍ୟଧିକ ବା ଖୁବ୍ କମ୍ ଋତୁସ୍ରାବ ହୁଏ, ଏହାର କାରଣ ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା, ସେ ବିଷୟରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MHDay2024 #MenstrualHygiene #PeriodFriendlyWorld #EndPeriodStigma #HealthCare #WHO #India

LEAVE A REPLY

Please enter your comment!
Please enter your name here