ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସୋମବାର ଦିନ ୩ଟା ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।
ଦିନ ୩ଟା ସୁଦ୍ଧା ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ୨୬.୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୪୪.୩୯ ପ୍ରତିଶତ ଭୋଟଗ୍ରହଣ ହୋଇଛି।
ସେହପରି ଗଜପତିରେ ୪୫.୨୯ ପ୍ରତିଶତ, କଳାହାଣ୍ଡିରେ ୫୭.୯୧ ପ୍ରତିଶତ, କୋରାପୁଟରେ ୫୩.୨୭ ପ୍ରତିଶତ, ମାଲକାନିଗିରିରେ ୫୩.୬୪ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ ଓ ରାୟଗଡ଼ାରେ ୫୩.୬୦ ପ୍ରତିଶତ ମତଦାନ ହୋଇଛି।
ଅନ୍ୟପଟେ ଲୋକସଭା ଆସନଗୁଡ଼ିକୁ ଦେଖିବାକୁ ଗଲେ ସୋମବାର ଦିନ ୩ଟା ସୁଦ୍ଧା ବ୍ରହ୍ମପୁରରେ ୪୪.୬୫ ପ୍ରତିଶତ, କଳାହାଣ୍ଡିରେ ୫୮ ପ୍ରତିଶତ, କୋରାପୁଟରେ ୫୩.୦୮ ପ୍ରତିଶତ ଏବଂ ନବରଙ୍ଗପୁରରେ ୫୫.୬୯ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି।
ତେବେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମତଦାନର ହାର ଆହୁରି ବଢ଼ିବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି।
Tags: #OdishaAssemblyElections2024 #Voting #Voters #Odisha #ECI #India


















