ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ହୋଇଥିବା ରାଜନୈତିକ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠିତ ହୋଇଛି ଏସଆଇଟି। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ଏହି ମାମଲାର ଯାଞ୍ଚ କରାଯିବ। ଏଥିରେ ଏସଆଇଟି ପକ୍ଷରୁ ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରାଯିବ।

ସେହିପରି ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସଆଇଟି ଗୁରୁତ୍ଵ ଦେବ। ଏହାସହ ଘଟଣା ସହ ଜଡ଼ିତ ବିଭିନ୍ନ ଲୋକଙ୍କୁ ଏସଆଇଟି ପକ୍ଷରୁ ପଚରାଉଚରା କରାଯିବ।  

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ଉପରେ ଧ୍ୟାନ ଦେବା ପାଇଁ ପୋଲିସ ଏଡିଜି ରାଧାକୃଷ୍ଣ ଶର୍ମାଙ୍କୁ ଦାୟିତ୍ଵ ଦିଆଯାଇଛି। ତାଙ୍କୁ ଛତ୍ରପୁରରେ କ୍ୟାମ୍ପ କରିବାକୁ ନିର୍ଦ୍ଦେଶ ରହିଛି।

ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ଗାଁରେ ବୁଧବାର ରାତିରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଗାଁରେ ବିଜେପି କର୍ମୀ ପୋଷ୍ଟର ବ୍ୟାନର ମାରୁଥିବାବେଳେ ଏହାକୁ ବିରୋଧ କରି ଏକାଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି।

ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣେ କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ଖଲ୍ଲିକୋଟର ଉତ୍ତେଜନା ଦେଖାଦେଇଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଏ ଯାଏଁ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି।

Tags: #PoliticalViolence #Khallikote #SIT #Elections #ECI #Odisha

LEAVE A REPLY

Please enter your comment!
Please enter your name here