ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ସହରରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ କାବୁ କରିବା ପରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିଦିଆଯାଇଛି। ଶୁକ୍ରବାର ଦିନ ବାଘଟିକୁ କାବୁ କରିଥିଲେ ବାରିପଦା ବନବିଭାଗ ରେଞ୍ଜର କର୍ମଚାରୀ।
ବାରିପଦା ସହରର ବୁଢ଼ୀଖମାରୀ ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟ ପାଚେରୀ ଡେଇଁ ବାଘଟି ସ୍କୁଲ ଭିତରକୁ ପଶୁଥିବା ଦେଖି ସ୍ଥାନୀୟ ଅଞ୍ଚଳ ଲୋକେ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘକୁ ଧରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବିଦ୍ୟାଳୟ ପାଚେରୀ ଡେଇଁ ଏକ ବୁଦାମୂଳେ ଛପି ରହିଥିଲା। ଜାଲ ବିଛାଇ ବାଘଟିକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଦାମୂଳରୁ ଚମ୍ପଟ ମାରିଥିଲା। ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ କଲରାପତରିଆ ବାଘକୁ କାବୁ କରିବାକୁ ସକ୍ଷମ ହୋଇଥିଲେ ବିନବିଭାଗ କର୍ମଚାରୀ।
ବାଘଟିକୁ ଠାବ କରାଯାଇ ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ପରେ ସେ ଅଚେତ ହୋଇପଡ଼ିବାରୁ ତାକୁ କ୍ରେଜ ଭିତକୁ ନେଇଯାଇଥିଲେ ବନବିଭାଗ କର୍ମଚାରୀ। ପରେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା କାର୍ଯ୍ୟାଳୟକୁ ନେଇ ସେଠାରେ ତା’ର ଚିକିତ୍ସା କରାଯାଇଥିବା। ସୁସ୍ଥ ହେବା ପରେ କଲରାପତରିଆା ବାଘଟିକୁ ବିଳମ୍ବିତ ରାତିରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡ଼ିଦିଆଯାଇଥିଲା।
Tags: #ForestDepartment #Leopard #Similipal #Baripada #Mayurbhanj