ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଋତୁସ୍ରାବକୁ ନେଇ ଅନେକ କୁପ୍ରଥା ଚାଲିଆସିଛି। ଯେପରିକି ଏହି ସମୟରେ ପୂଜା ଘରେ ପ୍ରବେଶ କରିବେ ନାହିଁ, ରୋଷେଇ ଘରକୁ ଯିବେ ନାହିଁ, ଗାଧୋଇବେ ନାହିଁ, ଏସବୁ କୁପ୍ରଥା ତାଙ୍କ ଉପରେ ଲଦି ଦିଆଯାଉଛି। ଏହା କେତେ ଦୂର ସତ? ଆସନ୍ତୁ ସେ ବିଷୟରେ ଡାକ୍ତର ସ୍ୱପ୍ନିତା ହୋତାଙ୍କଠାରୁ, ଅଧିକ ଜାଣିବା।
ପିରିୟଡସ୍ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।
Tags: #Let’sTalkPeriods #PeriodFriendlyWorld #BreaktheTaboo #MHDay2024


















