ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
ପିରିୟଡସ ହେବା ସମୟରେ ବା ପୂର୍ବରୁ ଅଧିକାଂଶ କିଶୋରୀ ଏବଂ ମହିଳାଙ୍କର ପେଟ ଯନ୍ତ୍ରଣା ତଥା ସ୍ତନ ଦରଜ ହୋଇଥାଏ। କେତେକ ମହିଳାଙ୍କଠାରେ ଏହା ଅସହ୍ୟ ହୋଇଥାଏ, ଫଳରେ ସେମାନଙ୍କର ସାଧାରଣ ଜୀବନଯାପନରେ ବ୍ୟାଘାତ ସୃଷ୍ଟି ହୋଇଥାଏ।
ତେବେ ପିରିୟଡସ ସମୟରେ ପେଟ ଯନ୍ତ୍ରାଣା କାହିଁକି ହୋଇଥାଏ, ପିରିୟଡସ ବେଳେ ପେଟବଥା ପାଇଁ ପେନ୍କିଲର ଖାଇବା ସୁରକ୍ଷିତ କି, ପିରିୟଡସ ହେବା ପୂର୍ବରୁ ସ୍ତନଦରଜ କାହିଁକି ହୋଇଥାଏ, ପିରିୟଡସ ବେଳେ ଡାଏଟ୍ କେମିତି ହେବା ଜରୁରୀ, ଏ ସମସ୍ତ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୁସୁମ ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
ପିରିୟଡସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ’ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟ୍ଓ୍ୱର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପରିୟଡସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର ଏବଂ ପାରାଦୀପ ଫସ୍ଫେଟ୍ସ ଲିମିଟେଡ୍ ପାର୍ଟନର ରହିଛନ୍ତି।
Tags: #MHDay2025 #LetsTalkPeriods #PeriodFriendlyWorld#PeriodPain #OdiaHealthTips