ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ମହିଳା ପିରିୟଡ୍‌ସ ବା ଋତୁସ୍ରାବ ସମୟରେ ଅସହଜ ମନେ କରନ୍ତି। ସେମାନଙ୍କଠାରେ ପେଟ ଫୁଲିବା, ଗ୍ୟାସ୍‌ ହେବା ଭଳି ଲକ୍ଷଣମାନ ଦେଖାଦିଏ। ତେଣୁ, ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ପିରିୟଡ୍‌ସ ବେଳେ କ’ଣ ଖାଇବେ, କ’ଣ ନାହିଁ, ଆସନ୍ତୁ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ, ଜାଣିବା।

ପିରିୟଡ୍‌ସ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍‌ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପିରିୟଡ୍‌ସ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।

Tags: #Let’sTalkPeriods #PeriodFriendlyWorld #BreaktheTaboo #MHDay2024

Comment