ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଦିନ ୧୧ଟା ସୁଦ୍ଧା ବାଲେଶ୍ଵର ଲୋକସଭା ଆସନରେ ସର୍ବାଧିକ ୪୦.୭୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ୩୩.୯୬ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ସେହପରି ଭଦ୍ରକ ଲୋକସଭା ଆସନରେ ୩୬.୬୪ ପ୍ରତିଶତ, ଜଗତସିଂହପୁରରେ ୩୮.୮୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୩୫.୮୪ ପ୍ରତିଶତ ଏବଂ ମୟୂରଭଞ୍ଜରେ ୪୦.୦୯ ପ୍ରତିଶତ ମତଦାନ ହୋଇଛି।

ଅନ୍ୟପଟେ ଦିନ ୧ଟା ସୁଦ୍ଧା ବିଧାନସଭା ଆସନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁରରେ ସର୍ବାଧିକ ୪୪.୧୬ ପ୍ରତିଶତ ମତଦାନ ହୋଇଥିବାବେଳେ ଧାମନଗର ଆସନରେ ସର୍ବନିମ୍ନ ୩୧.୨୦ ପ୍ରତିଶତ ଭୋଟଗ୍ରହଣ ହୋଇଛି।

ତେବେ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି।

Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here