ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭା ନିର୍ବାଚନରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ଦଳ ରାଜ୍ୟରେ ୭୪ଟି ଆସନରେ ବିଜୟ ହାସଲ କରି ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ପାର୍ କରିଛି। ଏଥିସହ ଏବେ ପ୍ରଥମଥର ପାଇଁ ଦଳ ନିଜ ଦମରେ ଓଡ଼ିଶାରେ ସରକାର ଗଢ଼ିବା ସୁନିଶ୍ଚିତ ହୋଇଯାଇଛି।

ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନରେ ବିଜୟୀ ହୋଇଛି। ଅନ୍ୟପଟେ ବିଜେଡି ୫୧ଟି, କଂଗ୍ରେସ ୧୪ଟି, ସିପିଆଇଏମ ଗୋଟିଏ ଓ ୩ଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି।

ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଏନେଇ ଉଭୟ ଦଳର ଛାମୁଆ ନେତା ବୈଠକ ମଧ୍ୟ କରିଥିବା ଶୁଣିବାକୁ ମିଳିଥିଲା। ହେଲେ ମେଣ୍ଟ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଶେଷରେ ବିଜେଡି ଓ ବିଜେପି ପକ୍ଷରୁ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରାଯାଇଥିଲା।

ଏହାପୂର୍ବରୁ ବିଜେପି ଓଡ଼ିଶାରେ ବିଜେଡି ସହ ମିଶି ସରକାର ଗଢ଼ିଥିଲା। ୨୦୦୦ରୁ ୨୦୦୯ ଯାଏଁ ରାଜ୍ୟରେ ଉଭୟଙ୍କ ମେଣ୍ଟ ସରକାର ଚାଲିଥିଲା। ହେଲେ ୨୦୦୯ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଭାଙ୍ଗି ଯାଇଥିଲା। ଏବେ ୨୦୨୪ରେ ବିଜେପି ନିଜ ଦମରେ କ୍ଷମତାକୁ ଫେରିବାକୁ ଯାଉଛି।    

Tags: #OdishaAssemblyElection2024 #BJP #OdishaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here