ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସମ୍ବଲପୁରରେ ବଡ଼ ଲଢ଼େଇ। ବଡ଼ ଫଳାଫଳ।

ସମ୍ବଲପୁର ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ୧ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଛନ୍ତି।

ଏଥର ନିର୍ବାଚନରେ ସମ୍ବଲପୁର ଆସନ ଉପରେ ସମସ୍ତଙ୍କର ନଜର ରହିଥିଲା। କାରଣ, ଓଡ଼ିଶା ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପିର ଦୁଇ ବଡ଼ ନେତା ସେଠାରେ ମୁହାଁମୁହିଁ ହୋଇଥିଲେ।

ବିଜେଡି ନେତା ବବି ଦାସ ଯାଜପୁର ଛାଡ଼ି ଏଥର ସମ୍ବଲପୁରରେ ଭାଗ୍ୟ ପରୀକ୍ଷା କରୁଥିଲେ। ସେହିପରି ଧର୍ମେନ୍ଦ୍ର ଅନେକ ଦିନ ପରେ ଓଡ଼ିଶାରୁ ସିଧାସଳଖ ନିର୍ବାଚନ ଲଢ଼ୁଥିଲେ।

ଏଥର ନିର୍ବାଚନରେ ଓଡ଼ିଶାରେ ବିଜେପିର ଏକ ବଡ଼ ଲହର ଦେଖିବାକୁ ମିଳିଛି। ସମ୍ବଲପୁରରେ ବିଜେଡି ନେତା ପ୍ରଣବ ଏହାର ମୁକାବିଲା କରି ନପାରି ଧର୍ମେନ୍ଦ୍ରଙ୍କଠାରୁ ପରାଜିତ ହୋଇଛନ୍ତି।

ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆସନରେ ଧର୍ମେନ୍ଦ୍ରଙ୍କୁ ମୋଟ ୫ ଲକ୍ଷ ୫୩ ହଜାର ୭୭୭ ଭୋଟ ମିଳିଛି। ସେ ପ୍ରଣବଙ୍କଠାରୁ ୧ ଲକ୍ଷ ୧୨ ହଜାର ୯୮୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଏହି ଆସନରେ ବିଜେଡିର ପ୍ରଣବ ପ୍ରକାଶ ଦାସ ମୋଟ ୪ ଲକ୍ଷ ୪୦ ହଜାର ୭୯୩ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ନଗେନ୍ଦ୍ର ପ୍ରଧାନ ୮୫ ହଜାର ୭୩୦ ଭୋଟ ପାଇଛନ୍ତି। ପୂର୍ବତନ ବିଜେଡି ନେତା ନଗେନ୍ଦ୍ର ନିର୍ବାଚନ କିଛିଦିନ ଆଗରୁ କଂଗ୍ରେସରେ ଯୋଗଦେଇ ସମ୍ବଲପୁର ଲଢ଼ିଥିଲେ।

Tags: #Politics #OdishaPolitics #OdishaElections2024 #GeneralElection2024 #DharmendraPradhan #SambalpurLokSabhaElection #NaveenPatnaik #Elections2024 #IndiaVotes #OdishaAssembly2024

LEAVE A REPLY

Please enter your comment!
Please enter your name here