ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ସମ୍ପର୍କରେ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଗୁରୁବାର ରାଜ୍ୟପାଳଙ୍କୁ ଓଡ଼ିଶାର ନବ ନିର୍ବାଚିତ ବିଧାୟକଙ୍କ ତାଲିକା ବିଜ୍ଞପ୍ତି ପ୍ରଦାନ କରାଯାଇଛି।  

ଚଳିତ ଓଡ଼ିଶା ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂଆ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିକୁ ଓଡ଼ିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ କରାଯାଇଛି।

ଏଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ବିଧାନସଭା ନିର୍ବାଚନରେ କେଉଁ ଦଳ ସଂଖ୍ୟା ଗରିଷ୍ଠତା ଲାଭ କରିଛି ସେ ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ।

ଏହି ଅବସରରେ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ ଓ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ମହତୋ ଯୋଗ ଦେଇଥିଲେ।

Tags: #GovernorofOdisha #OdishaAssemblyElection2024 #CEOOdisha #Odisha

LEAVE A REPLY

Please enter your comment!
Please enter your name here