ଓଡ଼ିଶାଲାଇଭ୍ ବ୍ୟୁରୋ

ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ପଦରୁ ଗୁରୁବାର ଦିନ ଇସ୍ତଫା ଦେଇଛନ୍ତି ମନୋଜ କୁମାର ମିଶ୍ର। ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆଯାଇଛି।

୨୦୦୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ କୁମାର ମିଶ୍ର ଦୀର୍ଘ ବର୍ଷ ଧରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାମ କରୁଥିଲେ।

ଗୁରୁବାର ଦିନ ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଇସ୍ତଫା ଦେଇଛନ୍ତି। ସିଏମଓ ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ଚନ୍ଦ୍ର ମହାପାତ୍ର ଇସ୍ତଫା ଦେଇଥିବାବେଳେ ସ୍ପେସାଲ ଇନିସିଏଟିଭ ମୁଖ୍ୟ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଛନ୍ତି ଆର ବାଲକ୍ରିଷ୍ଣନ। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନବୀନ ପଟ୍ଟନାୟକ।

Tags: #Odisha #ManojKumarMishra #ElectronicsAndITDepartmentOfOdisha #NaveenPatnaik

LEAVE A REPLY

Please enter your comment!
Please enter your name here