ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଯୁକ୍ତ ୨ ନାମଲେଖା ପାଇଁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ ପ୍ରକ୍ରିୟା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ପାଇଁ ଏହି ଆବେଦନ ଚାଲିଛି। ସିଏଚଏସଇର ‘ସାମ୍ସ’ ୱେବସାଇଟରେ ଏନେଇ ଆବେଦନ ହେଉଛି।

ସିଏଚଏସଇର ସୂଚନା ଅନୁସାରେ ଜୁଲାଇ ୬ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ। ଏଥିରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ବିଷୟ ଓ ସେମାନଙ୍କ ମନପସନ୍ଦର କଲେଜ ପାଇଁ ଆବେଦନ କରିପାରିବେ। ଏହାପରେ ଜୁଲାଇ ୧୮ ତାରିଖରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ବାହାରିବ।

ମେରିଟ ଲିଷ୍ଟ ମୁତାବିକ ଜୁଲାଇ ୧୯ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ନାମଲେଖା ଚାଲିବ। ଏହାପରେ ଦ୍ଵିତୀୟ ମେରିଟ ଲିଷ୍ଟ ବାହାରିବ।

ଏଥର ଓଡ଼ିଶାରେ ମୋଟ ୨ ହଜାର ୧୨୧ଟି କଲେଜର ୫ ଲକ୍ଷ ୨୫ ହଜାର ୪୬୫ଟି ସିଟରେ ଯୁକ୍ତ ୨ ନାମଲେଖା ହେବ। ଏଥିରୁ କଳାରେ ସର୍ବାଧିକ କଳାରେ ୨ ଲକ୍ଷ ୯୪ ହଜାର ୮୪୦ଟି ସିଟ୍‌ ରହିଛି। ସେହିପରି ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ ହଜାର ୧୦୪ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ଟି ସିଟରେ ନାମଲେଖା କରିବାକୁ ନିଷ୍ପତ୍ତି ହୋଇଛି।

Tags: #PlusTwoAdmissions #OnlineApplication #PlusTwoEducation #CHSE #Odisha

LEAVE A REPLY

Please enter your comment!
Please enter your name here