ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏଯାଏଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣରେ ଗୁରୁତର ଭାବେ ଆହତ ହୋଇଥିବା ୧୨ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାକୁ ନେଇ ଖୋଳତାଡ଼ ଚାଲିଛି।

ଗତ ମେ’ ୨୯ ତାରିଖରେ ପୁରୀରେ ଚନ୍ଦନ ଯାତ୍ରାର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିଲା। ଏଥିପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ପୁଷ୍କରିଣୀର ଦେବୀ ଘାଟ ନିକଟରେ ବାଣ ଫୁଟାଇବାବେଳେ ଅଚାନକ ଏକ ବାଣ ନିକଟରେ ଥିବା ବାଣ ଗଦା ଉପରେ ପଡ଼ିଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।

Tags: #ChandanJatra #CrackerBrust #Death #NarendraPond #Puri

LEAVE A REPLY

Please enter your comment!
Please enter your name here