ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜୁନ୍ ୧୨ ତାରିଖରୁ ବନ୍ଦ ରହିବ। ଅକ୍ଟୋବର ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯିବ। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହେଉଥିଲେ ମଧ୍ୟ ଏହା ମଧ୍ୟରେ ଥିବା ଜାମୁଆଣି, ଗୁରୁଗୁଡ଼ିଆ, କୁମାରୀ ଏବଂ ରାମତୀର୍ଥ ଭଳି ଇକୋ ଟୁରିଜିମ ସ୍ଥଳ ଖୋଲା ରହିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ବର୍ଷାଋତୁ ପାଇଁ ଜୁନ ମାସରେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହୋଇଥାଏ ଏବଂ ନଭେମ୍ବର ମାସ ବେଳକୁ ଖୋଲିଥାଏ।

Tags: #Similipal #TigerReserve #Nature #Sanctuary #Mayurbhanj #Odisha

LEAVE A REPLY

Please enter your comment!
Please enter your name here