ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ ହୋଇଛି। ସେ ଓଡ଼ିଶାରେ ଦୁର୍ନୀତି କରିଥିବା ନେଇ ଦିଲ୍ଲୀସ୍ଥିତ ଇଡି ମୁଖ୍ୟ କାର୍ଯ୍ୟାଳୟରେ ଏହି ଅଭିଯୋଗ ହୋଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।

କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାରେ ନିଜ କ୍ଷମତାର ଅପବ୍ୟବହାର କରି ବ୍ୟାପକ ଦୁର୍ନୀତି କରିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ରାଜ୍ୟ ଶାସନ ବ୍ୟବସ୍ଥାକୁ କବ୍ଜା କରିବା ସହ ସେ ଓ ତାଙ୍କ ସହଯୋଗୀ ଖଣି, ନଗର ଉନ୍ନୟନ, ଅବକାରୀ, ରାଜସ୍ଵ ବିଭାଗରେ ଦୁର୍ନୀତି କରିଥିବା ଅଭିଯୋଗରେ ଦର୍ଶାଯାଇଛି।

ସେହିପରି କାର୍ତ୍ତିକ ପାଣ୍ଡିଆନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପ୍ରାୟ ୪ ହଜାର କୋଟି ଟଙ୍କା ହେରଫେର କରିଥିବା ଇଡି ନିକଟରେ ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା।

ତେବେ ଏହି ମାମଲାର ତଦନ୍ତ ସହ କାର୍ତ୍ତିକ ପାଣ୍ଡିଆନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି।

Tags: #KartikPandian #ED #SriJagannathSena #Odisha

Comment