ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବାକୁ ଆଜିଠାରୁ ପ୍ରୟାସ ଆରମ୍ଭ ହେବ”, ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ମୋହନ ଚରଣ ମାଝି।

ମହାପ୍ରଭୁ ଶ୍ରୀ ଗଜନ୍ନାଥଙ୍କୁ ପ୍ରଣାମ କରି ମୋହନ ଚରଣ ମାଝି କହିଥିଲେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିବାକୁ ଯାଉଛି। ଓଡ଼ିଶାର ସାଢ଼େ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।

ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ଉନ୍ନତି ତାଙ୍କର ପ୍ରାଥମିକତା ରହିବ ବୋଲି ମୋହନ ଚରଣ ମାଝି କହିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ମଙ୍ଗଳବାର ଦିନ ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ମୋହନ ଚରଣ ମାଝିଙ୍କ ନାଁ ଉପରେ ମୋହର ବାଜିଥିଲା।

ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କ ନାଁ ଘୋଷଣା ହେବା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here