ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ? ସମୟ ଗଡ଼ିବା ସହ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ମଙ୍ଗଳବାର ଅପରାହ୍ଣରେ ବସୁଛି ବିଜେପି ବିଧାୟକ ଦଳର ବୈଠକ। ଏଥିରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଯୋଗଦେବେ।

ବିଧାୟକ ଦଳର ବୈଠକ ପାଇଁ ଅପରାହ୍ଣରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ବସିବ। ଏଠାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ ସେ ନେଇ ନିଷ୍ପତ୍ତି ହେବ।

ତେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଛି। ଏଥିପାଇଁ ଏକାଧିକ ନେତାଙ୍କ ନାଁ ସାମ୍ନାକୁ ଆସୁଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁରେଶ ପୂଜାରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନେତାଙ୍କ କଥା ଏବେ ଚର୍ଚ୍ଚା ହେଉଛି। ଏହାସହ ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯିବାର ସମ୍ଭାବନା ଥିବା କୁହାଯାଉଛି।

Tags: #CMofOdisha #BJP #MLAs #Odisha

Comment