ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଏହା ପୂର୍ବରୁ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏଠାରେ ନବୀନଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଛନ୍ତି ମୋହନ ଚରଣ ମାଝୀ।

ଏଠାରେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବର ନିମନ୍ତ୍ରଣ ଗ୍ରହଣ କରିଥିଲେ। ସେ ଏହି ସମାରୋହରେ ନିଶ୍ଚିତ ଆସିବି ବୋଲି କହିଥିବା ନେଇ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।

ବୁଧବାର ସକାଳେ ଭୁବନେଶ୍ୱରରେ ମୋହନ ଚରଣ ମାଝୀଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବାକୁ ଥିବା କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ନବୀନ ନିବାସ ଯାଇଥିଲେ।  

ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମଙ୍ଗଳବାର ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବରିଷ୍ଠ ନେତାମାନେ ନବୀନ ନିବାସ ଯାଇ ତାଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।

Tags: #NewCMofOdisha #MohanCharanMajhi #NaveenPatnaik #OathTakingCeremony #BJP #Politics #Odisha

LEAVE A REPLY

Please enter your comment!
Please enter your name here