ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ସେ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

କେନ୍ଦୁଝର ସଦର ଆସନରୁ ମୋହନ ଚରଣ ମାଝୀ ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୭ରେ ସେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ସେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ।

ଏହାପରେ ୨୦୦୪ରେ ସେ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ୨୦୦୫ରୁ ୨୦୦୯ ଯାଏଁ ସରକାରୀ ଦଳର ଉପମୁଖ୍ୟ ସଚେତକ ରହିଥିଲେ। ଏହାପରେ ସେ ୨୦୧୯ ନିର୍ବାଚନରେ ଜିତି ବିରୋଧୀ ଦଳର ମୁଖ୍ୟ ସଚେତକ ରହିଥିଲେ।

୨୦୨୪ ନିର୍ବାଚନରେ ପୁଣିଥରେ ମୋହନ କେନ୍ଦୁଝର ଆସନରୁ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here