ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜିଠାରୁ ଓଡ଼ିଶାରେ ସରକାର ଗଢ଼ିବ ବିଜେପି। ଜନତା ମଇଦାନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ଲାଗି ଭୁବନେଶ୍ଵରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି।

ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦୀ ସିଧା ରାଜଭବନ ଯାଇଛନ୍ତି। ସେଠାରେ ସେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ  ଯିବେ।

ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାରେ ପହଞ୍ଚୁଛନ୍ତି। ଭୁବନେଶ୍ଵରରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରୀ ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ।

ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେପି। ଆଜିଠାରୁ ରାଜ୍ୟରେ ଗଡ଼ିବ ଡବଲ ଇଞ୍ଜିନ ସରକାର। ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମଇଦାନରେ କରାଯାଇଛି ଭବ୍ୟ ଆୟୋଜନ। ଏଥିରେ ଯୋଗଦେବାକୁ ପହଞ୍ଚୁଛନ୍ତି ଅନେକ ଭିଭିଆଇପି।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here