ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଜେପି ସରକାରରେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରଭାତୀ ପରିଡ଼ା। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

୨୦୨୪ ନିର୍ବାଚନରେ ପ୍ରଭାତୀ ପରିଡ଼ା ନିମାପଡ଼ା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଜିତୁ ଜିତୁ ତାଙ୍କୁ ବିଜେପି ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛି।

Also Read: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନକ ବର୍ଦ୍ଧନ ସିଂଦେଓ

ଦୀର୍ଘ ୨୮ ବର୍ଷ ହେଲା ପ୍ରଭାତୀ ବିଜେପି ସହ ଯୋଡ଼ି ହୋଇ ରହିଛନ୍ତି। ୨୦୧୬ରୁ ୨୦୨୨ ଯାଏଁ ସେ ବିଜେପି ମହିଳା ମୋର୍ଚ୍ଚାର ସଭାପତି ରହିଥିଲେ। ଏହାସହ ଓଡ଼ିଶା ବିଜେପିର ସେ ଉପସଭାପତି ମଧ୍ୟ ଅଛନ୍ତି।

୨୦୦୯ରେ ପ୍ରଭାତୀ ପ୍ରଥମ ଥର ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୪ ଓ ୨୦୧୯ରେ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ।

Tags: #Politics #OdishaPolitics #NewCMofOdisha #DeputyCMOdisha #PravatiParida #MohanCharanMajhi #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here