ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ବିଜେପି। ଏହି ନୂଆ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

୨୦୨୪ ନିର୍ବାଚନରେ ଚିଲିକା ଆସନରୁ ପୃଥ୍ୱୀରାଜ ହରିଚନ୍ଦନ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଜିତୁ ଜିତୁ ତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।

ବର୍ତ୍ତମାନ ଛତିଶଗଡ଼ରେ ରାଜ୍ୟପାଳ ଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ହେଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ସେ ରାଜ୍ୟ ବିଜେପିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ଦଳର ଉପସଭାପତି, ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ଆଦି ଦାୟିତ୍ୱରେ ରହିଥିଲେ ପୃଥ୍ୱୀରାଜ।

ଚିଲିକା ନିର୍ବାଚନମଣ୍ଡଳୀ ହେଉଛି ହରିଚନ୍ଦନ ପରିବାରର ପାରମ୍ପରିକ ଆସନ। ଏଠାରୁ ଅତୀତରେ ବିଶ୍ୱଭୂଷଣ ହରିଚନ୍ଦନ ନିର୍ବାଚନ ଜିତୁଥିଲେ। ତାଙ୍କ ପରେ ବିଭୁତି ହରିଚନ୍ଦନ ବିଜେପି ପ୍ରାର୍ଥୀ ହୋଇ ବାରମ୍ବାର ନିର୍ବାଚନ ଜିତୁଥିଲେ। ଏବେ ଏହି ଆସନକୁ ପୃଥ୍ୱୀରାଜ ବଜାୟ ରଖିଛନ୍ତି।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP #PrithivirajHarichandan

LEAVE A REPLY

Please enter your comment!
Please enter your name here