ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଜେପି ସରକାର। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ। ଏହି ନୂଆ ମନ୍ତ୍ରିମଣ୍ଡଳରେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ସ୍ଥାନ ପାଇଛନ୍ତି। ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହ ଉତ୍ସବରେ ତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

୨୦୨୪ ନିର୍ବାଚନରେ ସୁରେଶ ପୂଜାରୀ ବ୍ରଜରାଜନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ପରାଜିତ କରି ସେ ବିଧାୟକ ହୋଇଛନ୍ତି।

ସୁରେଶ ପୂଜାରୀ ଓଡ଼ିଶା ବିଜେପିର ଜଣାଶୁଣା ଚେହେରା। ପୂର୍ବରୁ ସେ ରାଜ୍ୟ ବିଜେପିର ସଭାପତି ଥିଲେ। ଏହାସହ ସାଧାରଣ ସମ୍ପାଦକ ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ନେଇ ସେ ତାଙ୍କର ଦକ୍ଷତା ଦେଖାଇଛନ୍ତି।

୨୦୧୯ ନିର୍ବାଚନରେ ସୁରେଶ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ। ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଲୋକସଭାରେ ଉଠାଇଥିଲେ। ଏଥର ସେ ବିଧାନସଭାକୁ ନିର୍ବାଚିତ ହୋଇ ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP #SureshPujari

LEAVE A REPLY

Please enter your comment!
Please enter your name here