ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ମୋହନ ଚରଣ ମାଝୀଙ୍କ ସରକାରରେ ୮ ଜଣ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ତା’ ଭିତରେ ଯୁବ ଚେହେରା ଭାବେ ଶପଥ ନେଇଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସୂର୍ଯ୍ୟବଂଶୀ ସୂରଜ ଧାମନଗର ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୨ ଉପନିର୍ବାଚନରେ ସେ ପ୍ରଥମ ଥର ପାଇଁ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରି ସଫଳ ହୋଇଥିଲେ। ଏବେ ୨୦୨୪ରେ ସେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି।

ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ। ୨୦୧୯ ନିର୍ବାଚନରେ ଧାମନଗର ଆସନରୁ ବିଧାୟକ ଭାବେ ଜିତିଥିଲେ ବିଷ୍ଣୁ। ହେଲେ ୨୦୨୨ରେ ତାଙ୍କର ଅକାଳ ବିୟୋଗ ହୋଇଥିଲା। ସେତେବେଳେ ଯେଉଁ ଉପନିର୍ବାଚନ ହୋଇଥିଲା ସେଥିରେ ସୂର୍ଯ୍ୟବଂଶୀ ସୂରଜ ବାଜି ମାରିଥିଲେ।

ସୂର୍ଯ୍ୟବଂଶୀ ସୂରଜ ବିଜେପିର ଜଣେ ଯୁବ ଚେହେରା। ଦୁଇ ଦୁଇ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସାରା ରାଜ୍ୟରେ ତାଙ୍କର ଚମକ ରହିଛି।

Tags: #Politics #OdishaPolitics #NewCMofOdisha #MohanCharanMajhi #OathTakingCeremony #OdishaElections2024 #BJP #SuryavansiSuraj

LEAVE A REPLY

Please enter your comment!
Please enter your name here