ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ନିତ୍ୟାନନ୍ଦ ଗଣ୍ଡ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଉମରକୋଟ ଆସନରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ନିତ୍ୟାନନ୍ଦ। ୨୦୨୪ ନିର୍ବାଚନରେ ୧୦,୩୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ନବୀନା ନାୟକଙ୍କୁ ହରାଇଛନ୍ତି ନିତ୍ୟାନନ୍ଦ ଗଣ୍ଡ। ନିତ୍ୟାନନ୍ଦଙ୍କୁ ୭୦,୧୭୦ ଖଣ୍ଡ ଭୋଟ ମିଳିଥିବାବେଳେ ନବୀନାଙ୍କୁ ମିଳିଛି ୫୯,୭୯୭ ଖଣ୍ଡ ଭୋଟ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାଷ ଗଣ୍ଡଙ୍କୁ ପରାଜିତ କରିଥିଲେ ନିତ୍ୟାନନ୍ଦ ଗଣ୍ଡ। ନିତ୍ୟାନନ୍ଦ ୫୯,୮୯୫ ଖଣ୍ଡ ଭୋଟ ପାଇଥିବାବେଳେ ସୁବାଷ ଗଣ୍ଡଙ୍କ ମିଳିଥିଲା ୪୯,୯୭୩ ଖଣ୍ଡ ଭୋଟ।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଏଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #NityanandGond #OathTakingCeremony #OdishaElections2024 #BJP #SureshPujari

LEAVE A REPLY

Please enter your comment!
Please enter your name here