ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି ସମ୍ପଦ ଚନ୍ଦ୍ର ସ୍ଵାଇଁ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଜଗତସିଂହପୁର ଜିଲ୍ଲା ପାରାଦୀପ ବିଧାନସଭା ଆସନରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମ୍ପଦ। ପ୍ରଥମ ଥର ବିଧାୟକ ହୋଇଥିଲେ ମଧ୍ୟ ଓଡ଼ିଶାର ନୂଆ ସରକାରରେ ତାଙ୍କୁ ମିଳିଛି ମନ୍ତ୍ରୀ ପଦ।

୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟଙ୍କୁ ୧୫,୭୮୭ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ସମ୍ପଦ ଚନ୍ଦ୍ର ସ୍ଵାଇଁ। ସମ୍ପଦଙ୍କୁ ୮୪,୫୧୮ ଖଣ୍ଡ ଭୋଟ ମିଳିଥିବାବେଳେ ଗୀତାଞ୍ଜଳିଙ୍କୁ ମିଳିଥିଲା ୬୮,୭୩୧ ଖଣ୍ଡ ଭୋଟ।

ଏକଦା ବିଜେଡିର ଗଡ଼ ଥିଲା ପରାଦୀପ। ୨୦୦୯ ଏବଂ ୨୦୧୪ରେ ଡାକ୍ତର ଦାମୋଦର ରାଉତ ପାରାଦୀପ ବିଧାନସଭା ଆସରୁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ୨୦୧୯ରେ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏବେ ବିଜେପି ହାତକୁ ଆସିଛି ପାରଦୀପ ବିଧାନସଭା ଆସନ।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଏଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #SampadChandraSwain #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here