ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ଥର ଓଡ଼ିଶାରେ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ମୟୂରଭଞ୍ଜ ଜିଲ୍ଲା ମୋରାଡ଼ା ଆସନରୁ ଏଥର ବିଜେପି ଟିକେଟରେ ଲଢ଼ି ବିଜୟୀ ହୋଇଛନ୍ତି କୃଷ୍ଣଚନ୍ଦ୍ର।

୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରୀତିନନ୍ଦା କାନୁନଗୋଙ୍କୁ ୩୩,୨୭୦ ଖଣ୍ଡ ଭୋଟରେ ହରାଇ ବିଧାୟକ ନିର୍ବାଚିତ ହୋଇଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭୭,୯୮୦ ଖଣ୍ଡ ଭୋଟ ମିଳିଥିବାବେଳେ ପ୍ରୀତିନନ୍ଦାଙ୍କ ମିଳିଥିଲା ୪୪,୭୧୦ ଖଣ୍ଡ ଭୋଟ।

ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #DrKrushnaChandraMahapatra #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here