ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ ମନ୍ତ୍ରୀପଦ ପାଇଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯଶୀପୁର ଆସନରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଗଣେଶ ରାମଙ୍କୁ ଏଥର ମନ୍ତ୍ରୀ ହେବାର ସୁଯୋଗ ମିଳିଛି।

୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କୁ ୩୪,୬୬୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଧାୟକ ନିର୍ବାଚିତ ହୋଇଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ। ଗଣେଶ ରାମଙ୍କୁ ୮୫,୩୮୪ ଖଣ୍ଡ ଭୋଟ ମିଳିଥିବାବେଳେ ଚକ୍ରଧର ହେମ୍ବ୍ରମଙ୍କୁ ମିଳିଥିଲା ୫୦,୭୧୭ ଖଣ୍ଡ ଭୋଟ।

୨୦୧୯ ନିର୍ବାଚନରେ ବିଜେପି ଟକେଟରେ ଏହି ଆସନରୁ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଗଣେଶ ରାମ ସିଂ ଖୁଣ୍ଟିଆ। ଗଣେଶ ରାମଙ୍କୁ ୫୮,୭୦୮ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ଗୋଲକବିହାରୀ ନାୟକଙ୍କୁ ୫୦,୧୫୬ ଖଣ୍ଡ ଭୋଟ ମିଳିଥିଲା।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଏଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #GaneshRamSinghKhuntia #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here