ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି ଗୋକୁଳାନନ୍ଦ ମଲ୍ଲିକ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଗୋକୁଳାନନ୍ଦ ମଲ୍ଲିକ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବାବେଳେ ତାଙ୍କୁ ଓଡ଼ିଶାର ନୂଆ ସରକାରରେ ମନ୍ତ୍ରୀ ପଦ ମିଳିଛି। ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁଙ୍କୁ ୨୦,୯୪୬ ଖଣ୍ଡ ଭୋଟରେ ପରାଜିତ କରି ବିଧାୟକ ନିର୍ବାଚିତ ହୋଇଛନ୍ତି ଗୋକୁଳାନନ୍ଦ ମଲ୍ଲିକ। ଶ୍ରୀକାନ୍ଦ ସାହୁ ୨୦୧୪ ଏବଂ ୨୦୧୯ରେ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଏଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #GokulanandaMallik #OathTakingCeremony #OdishaElections2024 #BJP #SureshPujari

LEAVE A REPLY

Please enter your comment!
Please enter your name here