ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ହୋଇଥିବା ବିଜେପି ସରକାରରେ ମନ୍ତ୍ରୀ ହୋଇଛନ୍ତି ପ୍ରଦୀପ ବଳସାମନ୍ତ। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ପ୍ରଦୀପ ବଳସାମନ୍ତଙ୍କୁ ବିଜେପିର ନୂଆ ସରକାରରେ ମିଳିଛି ମନ୍ତ୍ରୀ ପଦ। ୧୯୯୦ ମସିହାରୁ ଘଡ଼େଇ ପରିବାରର ଦଖଲରେ ରହିଆସୁଥିଲା ସୁକିନ୍ଦା ବିଧାନସଭା ଆସନ।

୧୯୯୦ ଓ ୧୯୯୫ରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଜନତା ଦଳ ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବାବେଳେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇ ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ବିଜେଡିର ଏହି ଗଡ଼କୁ ଚଳିତ ଥର ଦଖଲ କରିଛି ବିଜେପି।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଏଥିରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #PradipBalSamanta #OathTakingCeremony #OdishaElections2024 #BJP #SureshPujari

LEAVE A REPLY

Please enter your comment!
Please enter your name here