ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ଥର ଓଡ଼ିଶାରେ ସରକାର ଗଢ଼ିଛି ବିଜେପି। ନୂଆ ସରକାରରେ ମନ୍ତ୍ରୀ ହେବା ସୁଯୋଗ ପାଇଛନ୍ତି ବିଭୂତି ଭୂଷଣ ଜେନା। ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ଆସନରୁ ଏଥର ବିଜେପି ଟିକେଟରେ ଲଢ଼ି ବିଜୟୀ ହୋଇଛନ୍ତି କୃଷ୍ଣଚନ୍ଦ୍ର।

୨୦୨୪ ନିର୍ବାଚନରେ ୯,୦୬୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କୁ ହରାଇ ବିଧାୟକ ନିର୍ବାଚିତ ହୋଇଛନ୍ତି ବିଭୂତି ଭୂଷଣ ଜେନା। ବିଭୁତି ଭୂଷଣଙ୍କୁ ୭୨,୦୭୧ ଖଣ୍ଡ ଭୋଟ ମିଳିଥିବାବେଳେ ବିକ୍ରମ କୁମାରଙ୍କୁ ମିଳିଛି ୬୩,୦୦୯ ଖଣ୍ଡ ଭୋଟ। ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ବିଭୂତି ଭୂଷଣ ଜେନାଙ୍କ ନୂଆ ସରକାରରେ ମନ୍ତ୍ରୀ ହେବାର ସୁଯୋଗ ମିଳିଛି।

ବିଜେଡି ଦୁର୍ଗକୁ ଭାଙ୍ଗି ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା। ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଛନ୍ତି।

Tags: #Politics #OdishaPolitics #NewCMofOdisha #BibhutiBhushanJena #OathTakingCeremony #OdishaElections2024 #BJP

LEAVE A REPLY

Please enter your comment!
Please enter your name here